Showing posts with label Odia. Show all posts
Showing posts with label Odia. Show all posts

July 24, 2020

ତୁ ଫେରିବୁ



ମୋ ଜୀବନକୁ ଶୂନ୍ୟ କରି ଯାଉଛୁ କିମ୍ପାଇଁ?
ତୋ ଜୀବନ ଶୂନ୍ୟ ହେବ-
ତେବେ ଫେରିବୁ ମୋ ପାଇଁ । 


English Translation:

Why are you going leaving my life in emptiness?
Your life will be empty-
Then you will return back for me.


*This was in my draft, dated 2015. I have published this today - 24/7/2020.

July 30, 2015

Utkalamrita : #OneThingForLove

If you could do one thing for someone or something that you love, what would it be and why? #OneThingForLove

 

I love Odisha. This state has the best of everything- beaches, waterfalls, wildlife, minerals, heritage, history, art, architecture, music, dance, food, clothes- yet remains a backward, poverty-stricken state. History records how Odias have been the most enterprising traders and sailors, going as far as Bali and Sri Lanka to trade before Ashoka's time (3rd Century BC). That's why 'Bali Jatra' is celebrated to this day during Karthik Purnima in November. Yet after Ashoka's war and subsequently over centuries, Odisha then known as 'Kalinga' or 'Utkala' (Land of Utkarsha Kala or Exquisite Arts) started declining. Subservience took over, leaving enterprise behind. 

 

http://eodisha.org/wp-content/uploads/2013/11/bali-jatra-padia-gate.jpg
Courtesy

March 27, 2015

ନବକଳେବର (#Nabakalebara)

ଆସୁ ଅଛି ଏହି ଶହଶ୍ରାବ୍ଦର,
          ନବକଳେବର ପ୍ରଥମ  ।।
ଉଣିଶି ବର୍ଷ ପରେ ଚତୁର୍ମୂର୍ତ୍ତୀ,
          ହେବେ ପୁଣି ପରିବର୍ତ୍ତନ  ।।


Superb art titled 'Daaru Brahma' by artist Pramod Kumar Mallick at recently held art exhibition related to Nabakalebara called 'Nilakandara' at Bhubaneswar

 
ନବ ଦେହ, ନବ ଯୌବନ,
          କିନ୍ତୁ ବ୍ରହ୍ମ ସେହି ପୁରାତନ 
ଶ୍ରୀକ୍ଷେତ୍ରରେ ଖେଳିଯିବ,
          ଆଧ୍ୟାତ୍ମିକ ଲଉଡ଼ି ନୂତନ

February 18, 2015

Odia Micropoetry: Dedicated to my beautiful city of Bhubaneswar!

I
-----

ନାହିଁ କୌଣସି ସହର ଏହି ଜଗତରେ,
ମୋ ଭୁବନେଶ୍ବରଠାରୁ ସୁନ୍ଦର!
ଏହାର କଳା, ସଂସ୍କୃତି, ସଭ୍ୟତାକୁ,
କୋଟି କୋଟି ପ୍ରଣାମ ମୋର!


II
----

ମୋ ସହର ଇଶ୍ଵରଙ୍କର ବି!
ଏଠାରେ ତାଙ୍କ ବାସଘର!

ଈଶ୍ଵରଙ୍କ ସେବାରେ ମୁଁ ରହିଲି,
ହୋଇ ଝିଅ ଭୁବନେଶ୍ବରର!

http://www.vivacepanorama.com/wp-content/uploads/2014/11/Mukteswar-Temple-Bhubaneswar.jpg
Mukteswar Temple of Bhubaneswar Source

January 27, 2015

ନବକଳେବରକୁ ଦର୍ଶାଇବାର ସୁଯୋଗ ଓଡ଼ିଶା ହରାଇଲା

ଗୋଟିଏ ଅନର୍ଥ ଘଟିସାରିଛି। ଏହି ବର୍ଷ ଗତ ବର୍ଷ ପରି, ଆମ ସୁନ୍ଦର, ସଂସ୍କୃତି ଓ କଳାରେ ପରିପୂର୍ଣ ରାଜ୍ୟ ଓଡ଼ିଶାର ଟାବ୍ଲେଉ (tableau) ସାଧାରଣତନ୍ତ୍ର ଦିବସରେ ଦେଖା ଦେଇନାହିଁ। ଏହି ନବକଳେବର ବର୍ଷରେ ଏପରି ହେବାରୁ, ଆହୁରି ଲଜ୍ଜ୍ୟାକର ଘଟଣାକୁ ପାଲଟିଛି । ଜଗନ୍ନାଥଙ୍କ ଏହି ଅଦ୍ଭୁତ, ଅନନ୍ୟ, ଅଦ୍ଵିତୀୟ ପର୍ବକୁ ସମସ୍ତ ପୃଥିବୀବାସୀଙ୍କୁ ଦର୍ଶାଇବାପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆମ ଓଡ଼ିଆମାନେ ହରାଇଛନ୍ତି। ତଥାପି ରାଜ୍ୟ ସରକାର ଓ ପ୍ରଶାସନ ଏହି ଘଟଣାକୁ ଗମ୍ଭୀର ଭାବରେ ନେଉନାହାନ୍ତି- ଏହା ଓଡ଼ିଶା ପାଇଁ ପରମ ଦୁର୍ଭାଗ୍ୟର କଥା। 

ଏଥର ଖୋଦ ବାରାକ ଓବାମା ଯଥା ଆମେରିକାର ରାଷ୍ଟ୍ରପତି ଏବଂ ସମଗ୍ର ପୃଥିବୀର ସବୁଠାରୁ ଶକ୍ତିଶାଳୀ ଲୋକ, ତାଙ୍କ ପତ୍ନୀ ମିଶେଲଙ୍କ ସହ ଆମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଥିଲେ। ଇଚ୍ଛାଶକ୍ତି ଓ ଦୁରଦୃଷ୍ଟି ଅଭାବ ଏବଂ ତ୍ୱରାନ୍ୱିତ ଭାବରେ ଠିକ ସମୟରେ ଠିକ ନିଷ୍ପତ୍ତି ନ ନେବାରୁ, ଓଡ଼ିଶାର ଅଭୂତପୂର୍ବ କ୍ଷତି ହୋଇଛି।

ଏହି ବିଷୟରେ ପ୍ରକାଶ ପାଇଥିବା କିଛି links ଏବଂ ତାହା ସାଙ୍ଗରେ ଜଡ଼ିତ ମୋର ମତ ମୁଁ ଏଠାରେ ପ୍ରସ୍ତୁତ କରୁଛି:

i) Telegraph
ii) Economic Times 
iii) Odisha Suntimes

ମୁଖ୍ୟତଃ କେନ୍ଦ୍ର ସରକାର ଉପରେ ଏହି 'ଦୁର୍ଭାଗ୍ୟ' ପାଇଁ ଅଠା ବୋଳାଯାଉଛି ଏବଂ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ମଧ୍ୟ ଠିକ ଏହି ଦୁର୍ଭାଗ୍ୟର ଶିକାର ହୋଇଛନ୍ତି, ବୋଲି କୁହାଯାଉଛି। କିନ୍ତୁ ପ୍ରକୃତରେ ଏହା ମିଥ୍ୟା, ନିମ୍ନ କାରଣ ଯୋଗୁଁ:

a) ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିଲେ ମଧ୍ୟ, କର୍ଣାଟକର ଟାବ୍ଲେଉ ଆସିଲେ । କେବଳ ଏହା ନୁହେଁ- ରାଜସ୍ଥାନ ଓ ପଞ୍ଜାବ ଭାଜପା କିମ୍ବା ତାହାର ସହଯୋଗୀ ଦଳ ଦ୍ଵାରା ଶାସିତ ହୋଇଥିଲେ ମଧ୍ୟ, ସେମାନଙ୍କ ଟାବ୍ଲେଉ ଦେଖା ଦେଲାନାହିଁ।

b) ପଶ୍ଚିମ ବଙ୍ଗ ପରି ଆମେ କୌଣସି ରାଜ୍ୟ ସରକାର ସ୍କୀମର ସଫଳତାକୁ ବି ପ୍ରଚାର କରୁନଥିଲେ! ପଥର କଳା ହେଉ କିମ୍ବା ସମ୍ପୂର୍ଣ ଜଗନ୍ନାଥଙ୍କ ନବକଳେବର ଉପରେ ଆଧାରିତ ହେଉ- ଆମ ଅପୂର୍ବ ସୁନ୍ଦର ଓଡିଶାକୁ ଦର୍ଶାଇବାର ସୁଯୋଗକୁ ହରାଇଛନ୍ତି ଆମେ।

c) ଆଉ ଏମିତି ବି ନୁହେଁ କି ରାଜ୍ୟ ସରକାର ଶାସିତ ଦଳଠାରୁ କେନ୍ଦ୍ରକୁ କିଛି ସାହାଯ୍ୟ ମିଳୁନି। କାରଣ ରାଜ୍ୟ ସଭାରେ ଓଡ଼ିଶାର ଏମ୍ପିମାନେ କେନ୍ଦ୍ର ସାଙ୍ଗରେ ସହମତ ହୋଇ ହିଁ ବିଲ୍ଲ ପାସ କରନ୍ତି! ଏହି ଦିଗରେ ଆମେ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କ ଠାରୁ ଉଚ୍ଚ ସ୍ଥାନରେ ଅଛନ୍ତି! ଯଦି ଠିକସେ ଲବି କରାଯାଇଥାନ୍ତା ଆମ ଓଡ଼ିଶାର ଗର୍ବ ପାଇଁ, ତାହେଲେ ନିଶ୍ଚୟ ଆମେ ସୁଫଳ ଦେଖିଥାନ୍ତେ! ଉଚ୍ଚ ପଦବୀରେ ଥିବା ନେତାଙ୍କ ଅପାରକତା, ଇଚ୍ଛାଶକ୍ତିହୀନତା ଆମକୁ ସବୁବେଳେ ହରାଏ।

ଅନ୍ୟ ଉପରେ ସବୁବେଳେ ଅଠା ବୋଳିବା ପ୍ରକୃତି ଯେତେବେଳେ ରାଜ୍ୟ ସରକାର ତ୍ୟାଗ କରିବେ ଏବଂ ଦୁରଦୃଷ୍ଟି ସହ ଆମ ଓଡ଼ିଶା ପାଇଁ ମନ ପ୍ରାଣ ଦେଇ କାମ କରିବେ ତେବେ ହିଁ ଆମ ଓଡ଼ିଶାର ମହାନ କଳା ଓ ସଂସ୍କୃତିକୁ ସାରା ବିଶ୍ଵର ଲୋକେ ଜାଣିବେ, ସମ୍ମାନ ଦେବେ ଏବଂ ପର୍ଯ୍ୟଟକ ଭାବରେ ବୁଲିବା ପାଇଁ ଆସିବେ ।

ପ୍ରକାଶ ପାଇଛି ଯେ ଓଡ଼ିଶାର ପରମ୍ପରା, ସଂସ୍କୃତି, କଳାସାଙ୍ଗରେ ଜଡ଼ିତ ପ୍ରମୁଖ ବୁଦ୍ଧିଜୀବିଙ୍କ ମତ ନିଆ ଗଲା ନାହିଁ। ବରଂ କେବଳ ଛୋଟ ଦଳଟି ନେଇ, କିଛି ଠିକ ଭାବରେ ଉଦ୍ୟମ କରା ଗଲା ନାହିଁ। ଅତ୍ୟନ୍ତ ଲଜ୍ଜ୍ୟାକର କଥା।

ଆଉ ତା ଛଡା ଯଦି ଏତେ ଆଇଡିୟା-ବିହୀନ କିମ୍ବା ଆଇଡିୟା-ଶୂନ୍ୟ ହୋଇଯାଇଥିଲେ ଆମ ନିଷ୍ପତ୍ତି-ନେବା-ଲୋକେ, ତା ହେଲେ ଆମ ଓଡ଼ିଆ ଜନତାକୁ ସୋସିଆଲ ମେଡିୟା/ଖବରକାଗଜ/ରେଡିୟୋ/ଟିଭି ଦ୍ଵାରା ପଚାରିଥାନ୍ତେ! ନବକଳେବର କୁ ଦର୍ଶାଯାଉ ବୋଲି ନାନା ମତ ଆସିଥାନ୍ତା! ଏହି ସବୁ ଦୃଶ୍ୟ ଦେଖା ଯାଉ ବୋଲି ଜନତା କହିଥାନ୍ତେ- ଜଗନ୍ନାଥ ମନ୍ଦିର, କିଛି ଦୂରରେ ନିମଗଛ କଟାଯାଉଛି, କାରିଗର ଠାକୁରମାନଙ୍କ ମୂର୍ତି ଗଢୁଛନ୍ତି, ଓଡ଼ିଶୀ ନୃତ୍ୟ କରାଯାଉଛି, ଓଡ଼ିଶୀ ଗୀତ ଗାନ କରାଯାଉଛି ଇତ୍ୟାଦି।

ମୋ ପରି ଅନ୍ୟ ବହୁ ଜଣ ନବକଳେବର ପାଇଁ ମତାମତ ଟୁଇଟର ଦ୍ଵାରା ଦେଇ ଆସୁଛୁ ଗତ ବର୍ଷର ପ୍ରାରମ୍ଭରୁ। ସେହିଯୋଗୁ ଯେମିତି ବି ହେଉ, ଆଜି ଲୋଗୋ ଓ ଟି-ଶର୍ଟ ବନାଯାଇଛି।

Source: Twitter


ମନ କହୁଛି କାଶ ଆମେ ଏମିତି ଟାବ୍ଲେଉ ପାଇଁ ବି ପଛରେ ପଡନ୍ତୁ- କିନ୍ତୁ ଜଣା ନଥିଲା ଯେ ଏହି ମୁଖ୍ୟ କାମଟିକରେ ଉଚ୍ଚ ପଦବୀର ଳୋକେ ଏତେ ଦାୟିତ୍ଵହୀନତା, ଅପରିପକ୍ଵତାର ପ୍ରକାଶ ଦେବେ।

ମନ ଆଜି କାନ୍ଦୁଛି। କେବେ କେବେ ଲାଗେ କି ଆମ ନବକଳେବରକୁ ପ୍ରଚାର ହିଁ କରିବାକୁ ସରକାରଙ୍କ ଇଚ୍ଛାନାହିଁ । କାରଣ ହୋଇପାରେ ଯେ ଆମର କିଛି ଭଲ ହୋଟେଲ ନାହିଁ, ରାଜପଥ/ଡବଲ-ଲାଇନ-ରେଳ ମଧ୍ୟ ବନା ସରିନି, ଅଳ୍ପ ଦାମରେ ପୁରୀରେ ରହିବାପାଇଁ ଘର ବି ବନା ହେଲାନି (ଅନେକ ଏକର ଜାଗା ଆଗରୁ ଚିହ୍ନଟ କରିବା ବାଦେ ମଧ୍ୟ) ଇତି। କିନ୍ତୁ ଏହି ସବୁ ସତ୍ତ୍ୱେ ମଧ୍ୟ ଆମକୁ ପ୍ରଚାର ଛାଡିବା କଥା ନାହିଁ। କାରଣ, ବିଜନେସ ନିଜେ ଉଭୁରି ଆସିବ। ପର୍ଯ୍ୟଟକ ପୁରୀରେ ନ ରହିପାରିଲେ ଭୁବନେଶ୍ବର/କଟକରେ ଖୋଜି ରହିବେ। ଗୁଡିଏ ଭଲ ବସ ଘଣ୍ଟାକୁ ଘଣ୍ଟା ପକାଇଲେ ସବୁ ପର୍ଯ୍ୟଟକ ନବକଳେବର ବେଳେ ପୁରୀ ଯିବା ଆସିବା କରି ପାରିବେ! ଆମର ଯାହା ଅଛି, ତାହାକୁ ଭଲରେ ବିନିଯୋଗ କଲେ ଆମେ ବହୁ ରାଜସ୍ୱ କମାଇ ପାରିବା।

https://pbs.twimg.com/media/BxWG_m-IAAAZ9hb.jpg
Source



ତେଣୁ ଟାବ୍ଲେଉରୁ ଏହି ଅଦ୍ଵିତୀୟ ପର୍ବକୁ ନ ଦର୍ଶାଯାଇପାରିଥିଲେ ମଧ୍ୟ, ଏବେ ରାଷ୍ଟ୍ରୀୟ ଓ ଅନ୍ତର-ରାଷ୍ଟ୍ରୀୟ ସ୍ତରରେ ଆମ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ମାଧ୍ୟମରୁ ପ୍ରଚାର ପ୍ରସାର କରାଯାଉ। କେମିତି ପ୍ରତି ଓଡ଼ିଆ, ପ୍ରତି ଭାରତୀୟ, ବିଶ୍ଵର ପ୍ରତି ଲୋକ ଜାଣିପାରୁ ଯେ ଭଗବାନଙ୍କ ଏମିତି ଅପୂର୍ବ, ବିଚକ୍ଷଣ ପର୍ବ କେବଳ ଆମ ପାବନ ଓଡ଼ିଶା ମାଟିରେ ହିଁ ହୁଏ.....



January 13, 2015

Odia Micropoetry:Respecting the beckoning of my heart

I
----

ଜୟ ଜଗନ୍ନାଥ ! ଜୟ ଓଡିଶା !
ଏହି ପାବନ ମାଟିର ଭାଷାରେ ଆହୁରି ଲେଖିବି
ମୋ ହୃଦୟର ଆହ୍ଵାନକୁ ସମ୍ମାନ ଦେବି...:)


II
---

January 8, 2015

Odia Micropoetry: Dedicated to Lord Jagannath

I
---


ତୋ ଚକା ଆଖିରେ ଆଖି ମିଳାଇ 
କହିଛି ମୋର କେତେ ଦୁଖ 
ତୁ ଯେ ଶୁଣୁ ସବୁ ଚୁପ ବସି 
କେବେ ଦେବୁ ମୋତେ ସୁଖ....?



II
---

January 6, 2015

'ବାଳୁଙ୍ଗା ଟୋକା' ଚଳଚ୍ଚିତ୍ରର ସମୀକ୍ଷା

ଓଡିଆରେ ମୋର ପ୍ରଥମ ବ୍ଲଗ-ପୋସ୍ଟ ହେଉଛି ଚଳଚ୍ଚିତ୍ର 'ରିଭିଉ' ବା ସମୀକ୍ଷା! ('ରିଭିଉ'ର ଓଡିଆ ଶବ୍ଦ ଓ ଅନ୍ୟାନ୍ୟ ଓଡିଆ ଶବ୍ଦ ଜାଣିବା ପାଇଁ ଏହି ୱେବସାଇଟ୍ସ ବହୁ ଉପଯୋଗୀ ହେଲେ-http://dictionary.tamilcube.com/oriya-dictionary.aspx,http://www.freelang.net/online/oriya.php?lg=gb)

ସିନେମାଟି ପୁରୁଣା କିନ୍ତୁ ମୋ ପାଇଁ ନୂଆ ଥିଲା! ଏହି ସମୀକ୍ଷାକୁ ପଢି ଆପଣଙ୍କ ମତାମତ comment ଭାଗରେ ନିଶ୍ଚୟ ଲେଖିବେ! ମୁଁ ଅପେକ୍ଷାରେ ରହିଲି! :)

~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~

ମୁ ବେଶି ଓଡିଆ ଚଳଚ୍ଚିତ୍ର ଦେଖେ ନାହିଁ। ହାତରେ ଗଣି କହିପାରିବି କେତୋଟି ଓଡିଆ ସିନେମା ମୋ ଜୀବନରେ ଦେଖିଛି। କିନ୍ତୁ ଆଜି ଯେହେତୁ ମୁଁ ଦେଖିଲି ଓଡିଆ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ଜୋଡି- ଅନୁଭବ ଓ ବର୍ଷାଙ୍କର ସୁପରହିଟ୍ଟ 'ବାଳୁଙ୍ଗା ଟୋକା', ତେଣୁ ନିଜ ମତ ପ୍ରକାଶ ନ କରି ରହି ପାରିବି ନାହିଁ! ଏହାପାଇଁ ନିଜ ବ୍ଲଗ ଠାରୁ ଭଲ ଆଉ କେଉଁ ମାଧ୍ୟମ ଅଛି?!
Related Posts Plugin for WordPress, Blogger...

Ads

24/7 Odisha Saree Shopping! Order online!