January 6, 2015

'ବାଳୁଙ୍ଗା ଟୋକା' ଚଳଚ୍ଚିତ୍ରର ସମୀକ୍ଷା

ଓଡିଆରେ ମୋର ପ୍ରଥମ ବ୍ଲଗ-ପୋସ୍ଟ ହେଉଛି ଚଳଚ୍ଚିତ୍ର 'ରିଭିଉ' ବା ସମୀକ୍ଷା! ('ରିଭିଉ'ର ଓଡିଆ ଶବ୍ଦ ଓ ଅନ୍ୟାନ୍ୟ ଓଡିଆ ଶବ୍ଦ ଜାଣିବା ପାଇଁ ଏହି ୱେବସାଇଟ୍ସ ବହୁ ଉପଯୋଗୀ ହେଲେ-http://dictionary.tamilcube.com/oriya-dictionary.aspx,http://www.freelang.net/online/oriya.php?lg=gb)

ସିନେମାଟି ପୁରୁଣା କିନ୍ତୁ ମୋ ପାଇଁ ନୂଆ ଥିଲା! ଏହି ସମୀକ୍ଷାକୁ ପଢି ଆପଣଙ୍କ ମତାମତ comment ଭାଗରେ ନିଶ୍ଚୟ ଲେଖିବେ! ମୁଁ ଅପେକ୍ଷାରେ ରହିଲି! :)

~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~

ମୁ ବେଶି ଓଡିଆ ଚଳଚ୍ଚିତ୍ର ଦେଖେ ନାହିଁ। ହାତରେ ଗଣି କହିପାରିବି କେତୋଟି ଓଡିଆ ସିନେମା ମୋ ଜୀବନରେ ଦେଖିଛି। କିନ୍ତୁ ଆଜି ଯେହେତୁ ମୁଁ ଦେଖିଲି ଓଡିଆ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ଜୋଡି- ଅନୁଭବ ଓ ବର୍ଷାଙ୍କର ସୁପରହିଟ୍ଟ 'ବାଳୁଙ୍ଗା ଟୋକା', ତେଣୁ ନିଜ ମତ ପ୍ରକାଶ ନ କରି ରହି ପାରିବି ନାହିଁ! ଏହାପାଇଁ ନିଜ ବ୍ଲଗ ଠାରୁ ଭଲ ଆଉ କେଉଁ ମାଧ୍ୟମ ଅଛି?!


http://movies.fullodisha.com/wp-content/uploads/2013/01/return-of-balunga-toka.jpg
Source

ଚିକୁ ଅଥବା ଅନୁଭବ ହେଉଛି ଗୋଟିଏ ବାତରା, ବାଳୁଙ୍ଗା ପୁଅ ଯେ ଲଗାତାର BCom ଫେଲ ହେଉଛି। ତାର ଅନ୍ୟ ବାତରା ସାଙ୍ଗ (ଯେଉଁ ଭିତରୁ ଅନ୍ୟତମ ପପୁ ପମପମ) ତା ସାଙ୍ଗେରେ ମିଶି ବାତରାମି କରନ୍ତି କିନ୍ତୁ ପରୀକ୍ଷାରେ ଉତ୍ତୀର୍ଣ ମଧ୍ୟ ହୁଅନ୍ତି। କାହାଣୀଟି ବଦଳେ ଯେତେବେଳେ ପ୍ରୀତି ଅଥବା ବର୍ଷାର ପରିବାର ସେହି ବିଲ୍ଡିଂର ତଳ ଫ୍ଲାଟରେ ରହିବାକୁ ଆସିବେ। କେମିତି ଚିକୁ ଏତେ ଭଲ ପଢୁଥିବା, ଭଲ ଘରର ଝିଅକୁ ଭଲ ପାଇ ନିଜ ବାଳୁଙ୍ଗାମି ସତ୍ତ୍ୱେ ତାକୁ ନିଜର କରିନେବ, ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି।

କିନ୍ତୁ ଏହି ନୂଆ ଯୁଗର ଓଡିଆ ଚଳଚ୍ଚିତ୍ରଗୁଡିକର ସବୁ ତ୍ରୁଟିଗୁଡିକ ଏଥିରେ ବି ଦେଖା ଦେଇଛି ଯଥା ଓଭର-ଏକ୍ଟିଂ (ମୁଖ୍ୟତଃ କାନ୍ଦିବା ସିନଗୁଡିକରେ), ଦରକାରଠାରୁ ବହୁ ଅଧିକ ଡ୍ରାମା (ତେଣୁ ସିନେମାଟିକୁ ଲଗ୍ଭଗ ତିନି ଘଣ୍ଟା ଲମ୍ବାଇବା ଯେତେବେଳେ କି ଆହୁରି ସଂକ୍ଷିପ୍ତ ଓ ଭଲ ଭାବରେ ଏକା କାହାଣୀଟି ଦର୍ଶକଙ୍କ ମନଯୋଗକୁ ଆକୃଷ୍ଟ ରଖି କୁହାଯାଇପାରନ୍ତା), ମାଡ଼ ସିନଗୁଡିକ ଅତି କୃତ୍ରିମ ଦେଖା ଓ ଶୁଣାଯିବା ଏବଂ କାହାଣୀରେ ଆଉ କୌଣସି ଭାରାଇଟି ନଥିବା। ଅନୁଭବର ବହୁ ଅଧିକ ଛୋଟ ପିଲା ପରି ହେବା ବି ଶୋଭା ଦେଲା ନାହିଁ। କିଛି ସିନରେ ଅଭିନୟ ଏହିପରି ଲାଗିଲା ଯେମିତି 'ମେଣ୍ଟାଲ' ଚଳଚ୍ଚିତ୍ର ଏଇଟାହି ହୋଇଥିବ ଆଉ କିଛିରେ 'Koi Mil Gaya' ର ହୃଥିକ ରୋସନ ମନେ ପଡିଗଲା!

ଏହି ସିନେମାକୁ ଦେଖିବା ପରେ ମୁଁ ଚକିତ ହେଲି ଯେ ଏହି ମାନର ସିନେମା କିପରି 'ସୁପରହିଟ୍ଟ' ହେଲା! ଅର୍ଥ ହେଉଛି ଯେ ଆମ ଓଡିଆ ଚଳଚ୍ଚିତ୍ର ଯାହା ଦିନେ ଭାରତବର୍ଷ ଏବଂ ସମଗ୍ର ବିଶ୍ଵର ସବୁଠାରୁ ଉଚ୍ଚକୋଟିର ଚଳଚ୍ଚିତ୍ର ଥିଲା ଯଥା ସିତା ବିବାହ, ନୂଆ ବୋଉ, ମାଟିର ମଣିଷ, ଯାଯାବର ଇତି, କିପରି ଓଡିଆ ଚଳଚ୍ଚିତ୍ରର ମାନ ଏତେ ତଳକୁ ଖସିଗଲା।

ଏହା ବ୍ୟତୀତ, ମୋର ଆଉ କିଛି ବି ଆଲୋଚନା ରହିଛି। କିଛି ମାସ ଆଗରୁ ମୁଁ 'ସମଥିଂ ସମଥିଂ II' ବି ଦେଖିଥିଲି। ଉଭୟ ଅନୁଭବ ଓ ବର୍ଷା ସେଥିରେ ବି ଥିଲେ। ଆଜିର ଚଳଚ୍ଚିତ୍ର ଦେଖିବାପରେ ମୁଁ ଉଭୟ ଚଳଚ୍ଚିତ୍ର ଭିତରେ କିଛି ସଂଯୋଗର ବିଷୟ ପାଇଲି ଯଥା:

i) ଦୁଇଟିଯାକ ସିନେମାରେ ଗୋଟିଏ ଆଣ୍ଟି-ହିରୋ ଅଛି ଯାହା ସାଙ୍ଗରେ ହିରୋଇନର ବାହାଘର ହେବାକୁ ଥିବ କିମ୍ବା ସେ ଯାହାକୁ ଆଗରୁ  ଭଲ ପାଉଥିବ। ହିରୋକୁ ଢେର କସରତ କରି ହିରୋଇନର ମନ ଜିଣିବାକୁ ପଡିଛି ଏବଂ ଆଣ୍ଟି-ହିରୋଠାରୁ ହିରୋଇନକୁ ଛଡାଇ ଆଣିବାକୁ ପଡିଛି!

ii) ଦୁଇଟିଯାକ ସିନେମାରେ ହିରୋଇନର ଆକ୍ସିଡେଣ୍ଟ ହୋଇଯିବ। ଏହା ହେଉଛି ଉଭୟ ସିନେମାର ପ୍ରମୁଖ 'ଟର୍ନିଙ୍ଗ ପଏଣ୍ଟ'!

iii) ସଲ୍ମାନ ଖାନ ତ ଅନୁଭବଙ୍କ ରୋଲ ମୋଡେଲ। ପ୍ରତି ଅନୁଭବ ସିନେମାରେ ସଲ୍ମାନଙ୍କ ପୋସ୍ଟର ନିଶ୍ଚୟ ଥିବ ନ ହେଲେ ସଲ୍ମାନ ସାଙ୍ଗେରେ ଜଡିତ କିଛି ଡାଏଲୋଗ ଥିବ (ଯେପରି 'ଏସିପି ରଣବୀର'ରେ)!

iv) ଉଭୟ ସିନେମାରେ ହିରୋ ଓ ହିରୋଇନର ମା ଓ ବାପାଙ୍କ ରୋଲ ପ୍ରମୁଖ। ଏହା ହେବା ବାଧ୍ୟ କାରଣ କାହାଣୀରେ କୌଣସି ଟୁଇସ୍ଟ ନଥାଏ- ନାକସିଧା ଚାଲେ ଗପ! ଆଉ ତା ଭିତରେ ପୁଣି କନ୍ଦା କଟା, ଅତ୍ୟନ୍ତ ଅସହନୀଯ ଡ୍ରାମା!

v) ଉଭୟ ସିନେମାରେ ସିନେମା ହଲ ଏବଂ ହିନ୍ଦୀ ସିନେମାର ଉଦ୍ଦିଷ୍ଟ ସ୍ଥାନ ରହିଛି।

ତଥାପି ମୋତେ ଲାଗୁଛି ଯେ 'ସମଥିଂ ସମଥିଂ II' ଏହି 'ବାଳୁଙ୍ଗା ଟୋକା' ସିନେମାଠାରୁ ଟିକିଏ ଭଲ। ଅନ୍ଧମାନଙ୍କ ଭିତରେ କଣା ରାଜା ହୋଇଥାଏ! ;)

ପୁରୁଣା (କ୍ଲାସିକ) ଓଡିଆ ସିନେମା ତ ମୁଁ ନିଶ୍ଚୟ ଅଧିକ ଦେଖିବି, କିନ୍ତୁ ନୂଆ ସିନେମା ଭିତରେ କେଉଁ ସିନେମାଟି ଭଲ, କପି ନ ହୋଇଛି, ତାହା ମୋତେ ନିଶ୍ଚୟ ଜଣାଇବେ- କାରଣ 'ବକ୍ସ ଅଫିସ' ଅନୁସାରେ ଯିବାରୁ ମୁଁ ପାଇଲି ଯେ ମୋର ଏତେ ଭଲ 'ଅନୁଭବ' ରହିଲା ନାହିଁ! ;)

15 comments:

  1. Odia re lekhi thibaru dhanyabad. Bhala lagila Odia re padhi. Lekha jaari rahu.

    Aajikali ra Odia Film upare lekhile +ve thought bahut kam hin aasib.

    ReplyDelete
    Replies
    1. ଆପଣଙ୍କୁ ବହୁତ ଧନ୍ୟବାଦ ଶାଶ୍ଵତ! ମୋତେ ପ୍ରୋତ୍ସାହିତ କରିବା ଲାଗି ମୁଁ କୃତଜ୍ଞ!

      ମୁଁ ଆପଣଙ୍କ କଥା ସାଙ୍ଗେରେ ପୁରାପୁରି ସହମତ! ଏମିତି ହିଁ ମୋର ବ୍ଲଗ ପଢି ଏଠାରେ କମେନ୍ଟ କରୁଥିବେ! :)

      Delete
  2. Its great to read the blog in Odia.The quality of Odia films has degraded over the years.The creativity has been lost in the mad rush for imitation.The films like the "Shesha Srabana","Balidan" & "ei aam sansaar" were classic Odia films.There has also been a generational shift in the songs of Odia films.The songs with soulful lyrics and music like "Abhimanini" & "Nei ja re megha mote" type songs are rare now.It is great to read your reviews about the movie and the much talked about screen couple. So something something scores over Balunga toka.Next the biopicof Budhia singh should be in your watchlist where it is touted that Manoj Bajpai will act as Budhhia's coach Biranchi.Keep posting your reviews of Odia films.

    ReplyDelete
    Replies
    1. Yes Ajay very rightly said. Odia songs these days barely have Odia words in them- such a pity.

      Ya 'Something Something-II' I felt could engage me as audience in better way than repetitive & cruelly long melo-drama in this Balunga movie! Movie on Buddhia coming up then wonderful! Indeed it will be on my watch-list! Thanks for info!

      Plz do keep reading and commenting on my blog! :)

      Delete
  3. GOOD DEBUT IN ODIA BLOG AND VERY GOOD BEGINNING, KEEP POSTING, ODIA FILMS AS ALWAYS SUFFER FROM SERIOUS PLAGIARISM BEREFT OF ORIGINALITY, WE AS IN MOST LACK A SENSE OF PRIDE HERE ALSO. LACK GOOD SCRIPTS DESPITE THOUSAND YEARS OF CULTURE, GOOD DIRECTORS SHY AWAY FROM MAKING GOOD FILSM THERE LOWLY DIRECTORS LIKE SOME BASANT RULE THE ROOST.

    ReplyDelete
    Replies
    1. Thanks so much Mr.Mishra! Yes this is the beginning- I have lots of Odia poems which I will gradually put up!

      Unfortunately in this much commercialisation, there is NO creativity, originality or quality in Odia films...we need big renaissance here....

      Hope U will keep visiting my blog further and posting your comments! :)

      Delete
  4. 'ବାଳୁଙ୍ଗା ଟୋକା' ଚଳଚ୍ଚିତ୍ରର ସମୀକ୍ଷା ଖୁବ ଭଲ ଲାଗିଲା।
    'ସମଥିଂ ସମଥିଂ' ଚଳଚ୍ଚିତ୍ରର ଆଲୋଚନା ଏବଂ ଉଭୟ ଚଳଚ୍ଚିତ୍ର ଭିତରେ ପାଞ୍ଚଟି ସଂଯୋଗର ବିଷୟ ବହୁତ ବଢିୟା।

    'ବକ୍ସ ଅଫିସ' ସଫଳତା ଚଳଚିତ୍ରର ସୂଚକ ନୁହେଁ। ଆଶା କରିବା ଚଳଚିତ୍ର ଠାରୁ ଭଲ 'ଅନୁଭବ' ହେତୁ! :D

    ReplyDelete
    Replies
    1. ଓଡିଆରେ କମେନ୍ଟ ଲେଖିବା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ! ହଁ ଆପଣ ପୁରା ଠିକ କଥା କହିଛନ୍ତି!

      Delete
  5. Well written. I always miss the 4PM movies on DD1 anchored by Bapu Lenka. The lack of nomination of Odia movies in last seven years for National award shows the sad state of affairs. The last to be nominated i think was "Kathantar".
    How was your exam. Missing your answers on Insights.

    ReplyDelete
    Replies
    1. Thanks so much Ashish for your comment! Yes I had seen a National Award winning Odia film on Lok Sabha TV recently called 'Sesha Drshti'....it ws simply mindblowing! After watching such a movie, I find all these Siddhant & Anubhav type films such a shame....:(

      Oh my God! I did not know I had such an avid follower on Insights...feeling humbled.:) Exam over..rest all 'Bhagwaan Bharose'....:)

      Delete
    2. And yes...I forgot...http://incredibleorissa.com/oriyafilms/national-award-winning-oriya-films-odia-movies-cinema/

      This link gives all Odia movies that won National Awards. Last one was in 2007- Puja Pain Phulatie! Thanks for making me learn new info! God bless! :)

      Delete
  6. ଅମ୍ରିତା, ନବବର୍ଷର ଢେର୍ ଶୁଭେଛ୍ହା.
    ଅତି ସୁନ୍ଦର୍ ଉପସ୍ଥାପନା. ଓଡିଆ ସିନେମାର ମାନ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି, ଆଉ ଏଥିପାଇଁ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କୁ ଦୋଷ ଦେବା ଠିକ୍ ନୁହେଁ. ବ୍ୟବସାୟଧର୍ମୀ ଚଳଚିତ୍ର ଦର୍ଶକଙ୍କ ରୁଚିକୁ ନେଇ ନିର୍ମାଣ କରାଯାଇଥାଏ. ବାଳୁଙ୍ଗାଟୋକା ଚଳଚିତ୍ର ଦର୍ଶକ ମହଲରେ ସୁପରହିଟ୍ ହେବା,ଲୋକଙ୍କ ରୁଚିକୁ ଦର୍ଶାଉନାହିଁ କି ? ମୋର ବ୍ୟକ୍ତିଗତ ମତ ହେଉଛି, ଯେଉଁମାନେ ଓଡିଆ ଚଳଚିତ୍ର ଦେଖିବାକୁ ସିନେମା ହଲକୁ ଯାଇଥାନ୍ତି, ସେମାନେ ଯାତ୍ରା ବା ଅପେରା ଦେଖିବାରେ ଅଭ୍ୟସ୍ତ. ସୀତା ବିବାହ, ନୂଆ ବୋଉ, ମାଟିର ମଣିଷ, ଯାଯାବର ପରି ଚଳଚିତ୍ର ନିର୍ମାଣ କରିବାକୁ ଓଡିଶାରେ ପ୍ରତିଭାର ଅଭାବ ନାହିଁ ନିଶ୍ଚୟ, ହେଲେ ଏପରି ଚଳଚିତ୍ର ପର୍ଦାକୁ ଆସିଲେ ଲୋକ ଦେଖିବାକୁ ପସନ୍ଦ କରିବେ ତ ! ମୋ ମତରେ ଯେମିତି ହେଉ ପଛେ, କିଛି ଚଳଚିତ୍ର ଓଡିଆ ଭାଷାରେ ନିର୍ମାଣ ହେଉଛି, ଏହା ହିଁ ବଡକଥା.
    ଓଡିଆରେ ବ୍ଲଗ୍ ଲେଖିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ନିଜେ ଲେଖନ୍ତୁ, ଓ ଅନ୍ୟମାନଙ୍କୁ ମଧ୍ୟ ଲେଖିବାକୁ ପ୍ରୋତ୍ସାହିତ କରନ୍ତୁ. ଜୟ ଜଗନ୍ନାଥ.
    ଜୟ ଓଡିଆ ଜୟ ଓଡିଶା

    ReplyDelete
    Replies
    1. ଧନ୍ୟବାଦ ଓ ଆପଣଙ୍କୁ ବି ନବବର୍ଷର ଢେର୍ ଶୁଭେଛ୍ହା! ଭଲ ସିନେମା କଲେ - ଆମେ - ଯେ ଓଡିଶା ବାହାରେ ଅଛୁ କିମ୍ବା ଇଙ୍ଗ୍ଲିଶ ମିଡିୟମ ସ୍କୁଲରେ ପଢିଛୁ ଏବଂ ଓଡିଆ ଚଳଚିତ୍ର ଖୁବ କମ ଦେଖିଛୁ କିମ୍ବା ସେହି ସବୁ ଓଡିଆମାନେ ଯେ ଭଲରେ ତିନି ଘଣ୍ଟା ବିତାଇବାକୁ ଚାହାନ୍ତି- ବି ଓଡିଆ ଫିଲିମ ପ୍ରତି ଆକ୍ରୁଷ୍ଟ ହୋଇପାରିବୁ। କିନ୍ତୁ ଏହି ମାନର ଚଳଚିତ୍ର ବର୍ତମାନ ବନା ହେଉଛି- ତାହା ଜାଣି ମୁଁ କେବେହେଲେ ସିନେମା ହଲରେ କଷ୍ଟ ଅର୍ଜିତ ଧନ ନଷ୍ଟ କରିବି ନାହିଁ!

      ଏହି ଖରାପ ମାନର ଚଳଚିତ୍ର ହିଟ ହେବାର କାରଣ ହିରୋ ଓ ହିରୋଇନ ହୋଇପାରନ୍ତି- ସତରେ ଆଉ କୌଣସି କାରଣ ମୋତେ ଦିଶୁ ନାହିଁ! ମୁଁ ସାଥୀରେ ସିନେମା ଦେଖିଲି ଆଉ କହିବାକୁ ବାଧ୍ୟ ହେଉଛି ଯେ ଆଗରୁ ଅନୁଭବ ଖୁବ ଭଲ ଅଭିନୟ କରୁଥିଲେ.."ସୁପର ଷ୍ଟାର" ହେଲା ପରେ ଦୁଖର ବିଷୟଯେ ଅଭିନୟର ମାନ କମିବାରେ ଲାଗିଛି। ଆଉ "ଯେମିତି ହେଉ ପଛେ, କିଛି ଚଳଚିତ୍ର ଓଡିଆ ଭାଷାରେ ନିର୍ମାଣ ହେଉଛି, ଏହା ହିଁ ବଡକଥା" ଗୋଟିଏ ସତ କଥା- କିନ୍ତୁ ଏହା ବି ସତ ଯେ ଓଡିଆ ଭାଷା ଧୀରେ ଧୀରେ କମ ଉପଯୁକ୍ତ ହୋଇ, ହିନ୍ଦୀ ବା ଇଂଗ୍ଲିଶ ଡାୟଲୋଗ ଓ ଗୀତ ଅଧିକ ପ୍ରୟୋଗ କରାଯାଉଛି!

      ଆପଣଙ୍କ ମତାମତ ରଖିବାଲାଗି ବହୁ ଧନ୍ୟବାଦ! ଏମିତି ସବୁବେଳେ ମୋ ବ୍ଲଗରେ ଲେଖୁଥିବେ! ଜୟ ଜଗନ୍ନାଥ!

      Delete
  7. କବିତାଟିଏ, ଖାସ୍ ତୁମରି ପାଇଁ..... କିପରି ଲାଗିଲା ନିଶ୍ଚୟ ଜଣାଇବାକୁ ଅନୁରୋଧ
    -----------------------------------------------------------------------------------
    ବେଳେବେଳେ ବନ୍ଦୀତ୍ୱ ଖୁବ୍ ଭଲ,
    ଠିକ୍ ଯେମିତି ସାଗରର ଉତ୍ତାଳ ତରଙ୍ଗ,
    ଆଗ୍ନେୟଗିରିର ଉଦ୍ଗୀରଣ,
    ଆଉ ନାଭିକୀୟ ପଦାର୍ଥର ନାରାବାଜି,
    ବନ୍ଦୀତ୍ୱ ଖୁବ୍ ଭଲ,
    ମା କୋଳରେ,
    ଆଉ ବାପାଙ୍କ କାନ୍ଧ ଉପରେ,
    ବନ୍ଦୀଶାଳାରେ ହିଁ ଆଙ୍କିହୁଏ,
    ଅନେକ ରଙ୍ଗବେରଙ୍ଗର ଚିତ୍ର,
    ଜୀବନର କାନଭାସ୍ ଉପରେ....
    ‪#‎ବନ୍ଦୀ‬

    ReplyDelete
    Replies
    1. ବାଃ! ବଢିଆ କବିତା! ସତରେ ବହୁ ଭଲ ଉଦାହରଣ ଦେଇ ବନ୍ଦୀତ୍ଵକୁ ଦର୍ଶାଇଛନ୍ତି!

      Delete

Related Posts Plugin for WordPress, Blogger...

Ads

24/7 Odisha Saree Shopping! Order online!