January 27, 2015

ନବକଳେବରକୁ ଦର୍ଶାଇବାର ସୁଯୋଗ ଓଡ଼ିଶା ହରାଇଲା

ଗୋଟିଏ ଅନର୍ଥ ଘଟିସାରିଛି। ଏହି ବର୍ଷ ଗତ ବର୍ଷ ପରି, ଆମ ସୁନ୍ଦର, ସଂସ୍କୃତି ଓ କଳାରେ ପରିପୂର୍ଣ ରାଜ୍ୟ ଓଡ଼ିଶାର ଟାବ୍ଲେଉ (tableau) ସାଧାରଣତନ୍ତ୍ର ଦିବସରେ ଦେଖା ଦେଇନାହିଁ। ଏହି ନବକଳେବର ବର୍ଷରେ ଏପରି ହେବାରୁ, ଆହୁରି ଲଜ୍ଜ୍ୟାକର ଘଟଣାକୁ ପାଲଟିଛି । ଜଗନ୍ନାଥଙ୍କ ଏହି ଅଦ୍ଭୁତ, ଅନନ୍ୟ, ଅଦ୍ଵିତୀୟ ପର୍ବକୁ ସମସ୍ତ ପୃଥିବୀବାସୀଙ୍କୁ ଦର୍ଶାଇବାପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆମ ଓଡ଼ିଆମାନେ ହରାଇଛନ୍ତି। ତଥାପି ରାଜ୍ୟ ସରକାର ଓ ପ୍ରଶାସନ ଏହି ଘଟଣାକୁ ଗମ୍ଭୀର ଭାବରେ ନେଉନାହାନ୍ତି- ଏହା ଓଡ଼ିଶା ପାଇଁ ପରମ ଦୁର୍ଭାଗ୍ୟର କଥା। 

ଏଥର ଖୋଦ ବାରାକ ଓବାମା ଯଥା ଆମେରିକାର ରାଷ୍ଟ୍ରପତି ଏବଂ ସମଗ୍ର ପୃଥିବୀର ସବୁଠାରୁ ଶକ୍ତିଶାଳୀ ଲୋକ, ତାଙ୍କ ପତ୍ନୀ ମିଶେଲଙ୍କ ସହ ଆମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଥିଲେ। ଇଚ୍ଛାଶକ୍ତି ଓ ଦୁରଦୃଷ୍ଟି ଅଭାବ ଏବଂ ତ୍ୱରାନ୍ୱିତ ଭାବରେ ଠିକ ସମୟରେ ଠିକ ନିଷ୍ପତ୍ତି ନ ନେବାରୁ, ଓଡ଼ିଶାର ଅଭୂତପୂର୍ବ କ୍ଷତି ହୋଇଛି।

ଏହି ବିଷୟରେ ପ୍ରକାଶ ପାଇଥିବା କିଛି links ଏବଂ ତାହା ସାଙ୍ଗରେ ଜଡ଼ିତ ମୋର ମତ ମୁଁ ଏଠାରେ ପ୍ରସ୍ତୁତ କରୁଛି:

i) Telegraph
ii) Economic Times 
iii) Odisha Suntimes

ମୁଖ୍ୟତଃ କେନ୍ଦ୍ର ସରକାର ଉପରେ ଏହି 'ଦୁର୍ଭାଗ୍ୟ' ପାଇଁ ଅଠା ବୋଳାଯାଉଛି ଏବଂ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ମଧ୍ୟ ଠିକ ଏହି ଦୁର୍ଭାଗ୍ୟର ଶିକାର ହୋଇଛନ୍ତି, ବୋଲି କୁହାଯାଉଛି। କିନ୍ତୁ ପ୍ରକୃତରେ ଏହା ମିଥ୍ୟା, ନିମ୍ନ କାରଣ ଯୋଗୁଁ:

a) ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିଲେ ମଧ୍ୟ, କର୍ଣାଟକର ଟାବ୍ଲେଉ ଆସିଲେ । କେବଳ ଏହା ନୁହେଁ- ରାଜସ୍ଥାନ ଓ ପଞ୍ଜାବ ଭାଜପା କିମ୍ବା ତାହାର ସହଯୋଗୀ ଦଳ ଦ୍ଵାରା ଶାସିତ ହୋଇଥିଲେ ମଧ୍ୟ, ସେମାନଙ୍କ ଟାବ୍ଲେଉ ଦେଖା ଦେଲାନାହିଁ।

b) ପଶ୍ଚିମ ବଙ୍ଗ ପରି ଆମେ କୌଣସି ରାଜ୍ୟ ସରକାର ସ୍କୀମର ସଫଳତାକୁ ବି ପ୍ରଚାର କରୁନଥିଲେ! ପଥର କଳା ହେଉ କିମ୍ବା ସମ୍ପୂର୍ଣ ଜଗନ୍ନାଥଙ୍କ ନବକଳେବର ଉପରେ ଆଧାରିତ ହେଉ- ଆମ ଅପୂର୍ବ ସୁନ୍ଦର ଓଡିଶାକୁ ଦର୍ଶାଇବାର ସୁଯୋଗକୁ ହରାଇଛନ୍ତି ଆମେ।

c) ଆଉ ଏମିତି ବି ନୁହେଁ କି ରାଜ୍ୟ ସରକାର ଶାସିତ ଦଳଠାରୁ କେନ୍ଦ୍ରକୁ କିଛି ସାହାଯ୍ୟ ମିଳୁନି। କାରଣ ରାଜ୍ୟ ସଭାରେ ଓଡ଼ିଶାର ଏମ୍ପିମାନେ କେନ୍ଦ୍ର ସାଙ୍ଗରେ ସହମତ ହୋଇ ହିଁ ବିଲ୍ଲ ପାସ କରନ୍ତି! ଏହି ଦିଗରେ ଆମେ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କ ଠାରୁ ଉଚ୍ଚ ସ୍ଥାନରେ ଅଛନ୍ତି! ଯଦି ଠିକସେ ଲବି କରାଯାଇଥାନ୍ତା ଆମ ଓଡ଼ିଶାର ଗର୍ବ ପାଇଁ, ତାହେଲେ ନିଶ୍ଚୟ ଆମେ ସୁଫଳ ଦେଖିଥାନ୍ତେ! ଉଚ୍ଚ ପଦବୀରେ ଥିବା ନେତାଙ୍କ ଅପାରକତା, ଇଚ୍ଛାଶକ୍ତିହୀନତା ଆମକୁ ସବୁବେଳେ ହରାଏ।

ଅନ୍ୟ ଉପରେ ସବୁବେଳେ ଅଠା ବୋଳିବା ପ୍ରକୃତି ଯେତେବେଳେ ରାଜ୍ୟ ସରକାର ତ୍ୟାଗ କରିବେ ଏବଂ ଦୁରଦୃଷ୍ଟି ସହ ଆମ ଓଡ଼ିଶା ପାଇଁ ମନ ପ୍ରାଣ ଦେଇ କାମ କରିବେ ତେବେ ହିଁ ଆମ ଓଡ଼ିଶାର ମହାନ କଳା ଓ ସଂସ୍କୃତିକୁ ସାରା ବିଶ୍ଵର ଲୋକେ ଜାଣିବେ, ସମ୍ମାନ ଦେବେ ଏବଂ ପର୍ଯ୍ୟଟକ ଭାବରେ ବୁଲିବା ପାଇଁ ଆସିବେ ।

ପ୍ରକାଶ ପାଇଛି ଯେ ଓଡ଼ିଶାର ପରମ୍ପରା, ସଂସ୍କୃତି, କଳାସାଙ୍ଗରେ ଜଡ଼ିତ ପ୍ରମୁଖ ବୁଦ୍ଧିଜୀବିଙ୍କ ମତ ନିଆ ଗଲା ନାହିଁ। ବରଂ କେବଳ ଛୋଟ ଦଳଟି ନେଇ, କିଛି ଠିକ ଭାବରେ ଉଦ୍ୟମ କରା ଗଲା ନାହିଁ। ଅତ୍ୟନ୍ତ ଲଜ୍ଜ୍ୟାକର କଥା।

ଆଉ ତା ଛଡା ଯଦି ଏତେ ଆଇଡିୟା-ବିହୀନ କିମ୍ବା ଆଇଡିୟା-ଶୂନ୍ୟ ହୋଇଯାଇଥିଲେ ଆମ ନିଷ୍ପତ୍ତି-ନେବା-ଲୋକେ, ତା ହେଲେ ଆମ ଓଡ଼ିଆ ଜନତାକୁ ସୋସିଆଲ ମେଡିୟା/ଖବରକାଗଜ/ରେଡିୟୋ/ଟିଭି ଦ୍ଵାରା ପଚାରିଥାନ୍ତେ! ନବକଳେବର କୁ ଦର୍ଶାଯାଉ ବୋଲି ନାନା ମତ ଆସିଥାନ୍ତା! ଏହି ସବୁ ଦୃଶ୍ୟ ଦେଖା ଯାଉ ବୋଲି ଜନତା କହିଥାନ୍ତେ- ଜଗନ୍ନାଥ ମନ୍ଦିର, କିଛି ଦୂରରେ ନିମଗଛ କଟାଯାଉଛି, କାରିଗର ଠାକୁରମାନଙ୍କ ମୂର୍ତି ଗଢୁଛନ୍ତି, ଓଡ଼ିଶୀ ନୃତ୍ୟ କରାଯାଉଛି, ଓଡ଼ିଶୀ ଗୀତ ଗାନ କରାଯାଉଛି ଇତ୍ୟାଦି।

ମୋ ପରି ଅନ୍ୟ ବହୁ ଜଣ ନବକଳେବର ପାଇଁ ମତାମତ ଟୁଇଟର ଦ୍ଵାରା ଦେଇ ଆସୁଛୁ ଗତ ବର୍ଷର ପ୍ରାରମ୍ଭରୁ। ସେହିଯୋଗୁ ଯେମିତି ବି ହେଉ, ଆଜି ଲୋଗୋ ଓ ଟି-ଶର୍ଟ ବନାଯାଇଛି।

Source: Twitter


ମନ କହୁଛି କାଶ ଆମେ ଏମିତି ଟାବ୍ଲେଉ ପାଇଁ ବି ପଛରେ ପଡନ୍ତୁ- କିନ୍ତୁ ଜଣା ନଥିଲା ଯେ ଏହି ମୁଖ୍ୟ କାମଟିକରେ ଉଚ୍ଚ ପଦବୀର ଳୋକେ ଏତେ ଦାୟିତ୍ଵହୀନତା, ଅପରିପକ୍ଵତାର ପ୍ରକାଶ ଦେବେ।

ମନ ଆଜି କାନ୍ଦୁଛି। କେବେ କେବେ ଲାଗେ କି ଆମ ନବକଳେବରକୁ ପ୍ରଚାର ହିଁ କରିବାକୁ ସରକାରଙ୍କ ଇଚ୍ଛାନାହିଁ । କାରଣ ହୋଇପାରେ ଯେ ଆମର କିଛି ଭଲ ହୋଟେଲ ନାହିଁ, ରାଜପଥ/ଡବଲ-ଲାଇନ-ରେଳ ମଧ୍ୟ ବନା ସରିନି, ଅଳ୍ପ ଦାମରେ ପୁରୀରେ ରହିବାପାଇଁ ଘର ବି ବନା ହେଲାନି (ଅନେକ ଏକର ଜାଗା ଆଗରୁ ଚିହ୍ନଟ କରିବା ବାଦେ ମଧ୍ୟ) ଇତି। କିନ୍ତୁ ଏହି ସବୁ ସତ୍ତ୍ୱେ ମଧ୍ୟ ଆମକୁ ପ୍ରଚାର ଛାଡିବା କଥା ନାହିଁ। କାରଣ, ବିଜନେସ ନିଜେ ଉଭୁରି ଆସିବ। ପର୍ଯ୍ୟଟକ ପୁରୀରେ ନ ରହିପାରିଲେ ଭୁବନେଶ୍ବର/କଟକରେ ଖୋଜି ରହିବେ। ଗୁଡିଏ ଭଲ ବସ ଘଣ୍ଟାକୁ ଘଣ୍ଟା ପକାଇଲେ ସବୁ ପର୍ଯ୍ୟଟକ ନବକଳେବର ବେଳେ ପୁରୀ ଯିବା ଆସିବା କରି ପାରିବେ! ଆମର ଯାହା ଅଛି, ତାହାକୁ ଭଲରେ ବିନିଯୋଗ କଲେ ଆମେ ବହୁ ରାଜସ୍ୱ କମାଇ ପାରିବା।

https://pbs.twimg.com/media/BxWG_m-IAAAZ9hb.jpg
Source



ତେଣୁ ଟାବ୍ଲେଉରୁ ଏହି ଅଦ୍ଵିତୀୟ ପର୍ବକୁ ନ ଦର୍ଶାଯାଇପାରିଥିଲେ ମଧ୍ୟ, ଏବେ ରାଷ୍ଟ୍ରୀୟ ଓ ଅନ୍ତର-ରାଷ୍ଟ୍ରୀୟ ସ୍ତରରେ ଆମ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ମାଧ୍ୟମରୁ ପ୍ରଚାର ପ୍ରସାର କରାଯାଉ। କେମିତି ପ୍ରତି ଓଡ଼ିଆ, ପ୍ରତି ଭାରତୀୟ, ବିଶ୍ଵର ପ୍ରତି ଲୋକ ଜାଣିପାରୁ ଯେ ଭଗବାନଙ୍କ ଏମିତି ଅପୂର୍ବ, ବିଚକ୍ଷଣ ପର୍ବ କେବଳ ଆମ ପାବନ ଓଡ଼ିଶା ମାଟିରେ ହିଁ ହୁଏ.....



12 comments:

  1. ଏମିତି ଗୋଟେ ବିଷୟକୁ ନେଇ ବ୍ଲଗ ଲେଖିଥିବାରୁ ଧନ୍ୟବାଦ | ନବକଳେବରକୁ ସମଗ୍ର ଭାରତ ଆଗରେ ଉପସ୍ଥାପନ କରିବାର ଏ ଏକ ଅପୂର୍ବ ସୁଯୋଗ ଥିଲା | ଦୁଃଖର କଥା ସେ ଇଚ୍ଛାଶକ୍ତିର ଏଠି ଘୋର ଅଭାବ :(

    ReplyDelete
    Replies
    1. ଆପଣଙ୍କୁ ବହୁତ ଧନ୍ୟବାଦ ଶାଶ୍ଵତ! ପୁରା ଠିକ ଆପଣ ମତ ଦେଇଛନ୍ତି..କୌଣସି ରାଷ୍ଟ୍ରୀୟ ପ୍ରଚାର ପ୍ରସାର ଏବେ ଯାଏଁ ଆରମ୍ଭ ହେଇନି। ଟାବ୍ଲେଊ ଠାରୁ ଆରମ୍ଭ ହୋଇଥିଲେ ବହୁ ବଢିଆ ହୋଇଥାନ୍ତା। କିନ୍ତୁ ହେଲା ନାହିଁ :(

      Delete
  2. ଚମତ୍କାର୍ ଲେଖାଟିଏ, ସମୟ ଉପଯୋଗୀ ମଧ୍ୟ.
    ବାସ୍ତବିକ୍ ଏହା ଦୁଃଖଦାୟକ, ଏପରି ଏକ ଅପୂର୍ବ ସୁଯୋଗକୁ ହାତଛଡା କରିବା ଆମର ମୁର୍ଖାମୀକୁ ଦର୍ଶାଉଛି, ସରକାରରେ ବସିଥିବା ବ୍ୟକ୍ତି ତଥା ବଡବଡିଆ ଅଫିସରମାନେ ଓଡିଶାକୁ ଅପମାନିତ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି, କେବଳ ଜଗନ୍ନାଥ ହିଁ ଓଡିଶାକୁ ଭରସା.

    ReplyDelete
    Replies
    1. ବହୁତ ଧନ୍ୟବାଦ ଇ-ଚିତ୍ରକାର! ଆପଣ ଠିକ ଶବ୍ଦଟି ବ୍ୟବହାର କଲେ ଯଥା ଅପମାନ। ଅତି ଦୁଖର କଥା ଯେ ଓଡ଼ିଶାର ଅପମାନ ହେଲେ ବି ବଡ ନେତା ବା ଅଫିସରଙ୍କୁ କିଛି ଫରକ ପଡୁନାହିଁ :(

      Delete
  3. Thumbs up AmSa for raising such a pertinent issue.The absence of our state's tableau in the RepublicDay is an embarrassment for us.Its really sad to see the sorry state of affairs on the part of the state govt and its inability to to showcase Odisha and its culture especially such a big event as Nabakalebara at such a big stage when the whole of India and most of the world was watching.Who is responsible for this?Its most unfortunate that nobody is responsible and accountable for a blunder of this magnitude and gravity.Shifting the blame and the political mudslinging has only exposes the utter ineptitudeness of the state govt.

    5 months to go for Nabakalebara and the State admin is still in the slumber.We are still waiting when the publicity "shortly" of the event will happen as per Odisha Tourism's projected schedule.Lets hope it will happen shortly

    ReplyDelete
    Replies
    1. Thanks so much Ajaya! Every word U have written is absolutely right. At this rate 'Shortly' seems to be never. :( Neither drain wrk, nor toilets, nor stayin places, nor completion of road/rail & not even any promotion probably ashamed due to poor infrastructure.:(

      But Like I said, even with this level infra - and it is not bad- our roads r far better than many many even developed states & many small, good hotels hv come up in BBSR at least- we shd hav quality connecting buses from every part of Odisha- we mst nt lose chance 2 promote event widely. Because, private enterprise will & r springing 2 fulfil the demand. Ultimately, our Odia ppl will only benefit, earn more & Odisha's prestige will go up. So @odisha_tourism must step up the act with promoting this rare event.

      Delete
  4. ଆମର ଦୁର୍ଭାଗ୍ୟ ଯେ "ଗୋଟିଏ ଅନର୍ଥ ଘଟିସାରିଛି।"
    ରାଜ୍ୟ ସରକାର ଓ ପ୍ରଶାସନ ରୁ ଆମେ ଭଲ ଆଶା ରଖୁଛୁ...

    ReplyDelete
    Replies
    1. Bahut dhanyabaad. Han aasa ta rakhuchu kintu bahu dukhara katha je niras hebaku pade.

      Delete
  5. Thank you for putting all perspectivesof this issue into one bblog . ଆମେ ଏକ ବହୁମୂଲ୍ୟ ସୁଯୋଗ ହରାଇଛୁ ସାଧାରଣତନ୍ତ୍ର ଦିବସ ପରେଡ଼୍ ରେ ଭାଗ ନ ନେଇ ପାରି।ନବକଳେବର ଉତ୍ସବକୁ showcase କରିବା ପାଇଁ ଏହାଠାରୁ ଭଲ ପ୍ଲାଟଫର୍ମ ମିଳିବ ନାହିଁ।ଯଦି ବରିଷ୍ଠ ଓଡ଼ିଆ ବିଶାରଦମାନେ ଥାଉ ଥାଉ ଓଡ଼ିଶାର tabkeau ରିଜେକ୍ଟ ହେଲା, ତାହେଲେ ସୋଶିଆଲ ମେଡ଼ିଆକୁ ଏହି କାର୍ଯ୍ୟଭାର ଦିଆଯାଉ।
    There's no better time for all concerned to ponder over this failure and take corrective actions.

    ReplyDelete
    Replies
    1. ହଁ ଆପଣ ପୁରା ଠିକ କହୁଛନ୍ତି ମାନସ। ଲାଗେ ଯେମିତି ଏମାନଙ୍କୁ କିଛି କରିବା ପାଇଁ ଇଛା ହି ନାହିଁ- ନ ହେଲେ ନବକଳେବର ବର୍ଷକୁ ଦର୍ଶାଇବା ପାଇଁ ସୁବର୍ଣ ସୁଯୋଗ ହାଥଛଡା କରନ୍ତେ ନାହିଁ। ମତ ଦେବା ପାଇଁ ବହୁ ଧନ୍ୟବାଦ।

      Delete
  6. Well done AmSa fr writing such a well-researched and targeted article on an imp issue!

    ReplyDelete

Related Posts Plugin for WordPress, Blogger...

Ads

24/7 Odisha Saree Shopping! Order online!