ଆସୁ ଅଛି ଏହି ଶହଶ୍ରାବ୍ଦର,
ନବକଳେବର
ପ୍ରଥମ ।।
ଉଣିଶି ବର୍ଷ ପରେ ଚତୁର୍ମୂର୍ତ୍ତୀ,
ହେବେ ପୁଣି ପରିବର୍ତ୍ତନ ।।
![]() |
Superb art titled 'Daaru Brahma' by artist Pramod Kumar Mallick at recently held art exhibition related to Nabakalebara called 'Nilakandara' at Bhubaneswar |
ନବ ଦେହ, ନବ ଯୌବନ,
କିନ୍ତୁ
ବ୍ରହ୍ମ ସେହି ପୁରାତନ ॥
ଶ୍ରୀକ୍ଷେତ୍ରରେ ଖେଳିଯିବ,
ଜୀବନ୍ତ ଠାକୁରଙ୍କ ହେବ,
ପୁନର୍ବାର
ଜନମ -
ଏ ଚମତ୍କାର ଅନୁଭବିବେ,
କୋଟି
ଭକ୍ତଙ୍କ ସମାଗମ ॥
ପ୍ରଥମେ ହେବ ବନଯାଗ ଯାତ୍ରା,
ଚାଲି ଚାଲି
ଯିବେ ଖୋଜି ଦାରୁ,
ଭୁଲି ଯିବେ ସବୁ କଷ୍ଟ କ୍ଳେଷ,
ପାଇ
ସ୍ଵପ୍ନାଦେଶ ମାଁଙ୍କଠାରୁ ॥
![]() |
Majestic 'Wooden God' by artist Manoj Mohanty at 'Nilakandara' |
ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ,
ଥିବ ଯେଉଁ
ପାବନ କାଠେ,
ଜଗତ୍ଜନନୀ ମାଁଙ୍କ ଆଦେଶ ମାନି,
ତାହାକୁ
କାଟି ଆଣିବେ ସାଥେ ॥
ତା’ପରେ କୋଇଲି ବୈକୁଣ୍ଠରେ ହେବ,
ନୂତନ
ମୂର୍ତ୍ତି ଗଠନ,
ଦିନରାତି ମାଶେ ପାଇଁ ଗଢିବେ ମୂର୍ତ୍ତି,
କରିବେ କଠିନ
ପରିଶ୍ରମ ॥
ଦିନେ ଘୋର ଅନ୍ଧାର ରାତ୍ରିରେ,
ହେବ
ଦିଅଁଙ୍କ ବ୍ରହ୍ମ ପରିବର୍ତ୍ତନ,
ଦିଅଁ ତ୍ୟାଗିବେ ପୁରୁଣା ଶରୀର,
ପାଇବେ ନୂଆ
ଜୀବନ ॥
![]() |
Padma and Jagannath depicted beautifully by artist Meenaketan Pattnaik at 'Nilakandara' |
ଜଗତର ନାଥ କରିବେ ସତ,
ଗୀତାର
ସେହି କଥା,
ଆତ୍ମା ରହିବ ସଦା ଅମର,
ଦେହ
ହିଁ ହେବ ବୃଥା ॥
ନା ଅଗ୍ନି ଭଷ୍ମ କରିବ,
ନା ବରୁଣ
ଭସାଇ ନେବ,
ଦିଅଁଙ୍କ ପୁରୁଣା ଶରୀର ସହ,
ପାତାଳ ଲୀଳା
ହେବ ॥
ଠାକୁରଙ୍କ ତ୍ୟକ୍ତ ଦେହକୁ,
ଭୂ-ତଳେ
ପୋତା ଯିବ,
କୋଇଲି ବୈକୁଣ୍ଠର ପାବନ ମାଟିରେ,
ପୁରୁଣା
ଦାରୁ ମିଶିଯିବ ॥
![]() |
Awesome 'Nilamadhava' by artist Nikunja Bihari Das at 'Nilakandara' |
ନବ ଦାରୁବ୍ରହ୍ମଙ୍କ ନବ ଯୌବନ,
ଦେବ ତାଙ୍କୁ
ଚକା ଲୋଚନ,
ଦିଅଁ ହରଷରେ ନାଚି ଉଠିବେ,
ଦେଖି କୋଟି
ଭକ୍ତଙ୍କ ଆଗମନ ॥
ଅତି ଖୁସିରେ ତା’ପରେ,
ପୁରୁଷୋତ୍ତମ
ବସିବେ ରଥରେ,
ନୂତନ ବଦନେ ଚମକିବେ,
ବୁଲି
ବାହାରିବେ ରଥଯାତ୍ରାରେ ॥
ନବକଳେବର ପରେ ପ୍ରଥମ ରଥଯାତ୍ରା,
ଅଟେ ଅତି
ଶୋଭନୀୟ,
ଦିଅଁମାନଙ୍କୁ ରଥରେ ଦର୍ଶନ କରି,
ହେବ
ଭକ୍ତଙ୍କ ଜୀବନ ଧନ୍ୟ ॥
![]() |
Stunning 'Chakadola' by artist Jatin Das at 'Nilakandara' |
ନାହିଁ ଏହି ସାରା ଜଗତରେ,
ଏପରି ଉତ୍ସବ
ଅପୂର୍ବ,
ନା ପଥରର, ନା ଧାତୁର –
ସେ ଏକମାତ୍ର
ଦାରୁବ୍ରହ୍ମ ଠାକୁର ॥
ଏମିତି ଏକ ଅନନ୍ୟ ପର୍ବ,
ଭାରତର
ଓଡ଼ିଶାର ପୁରୀ ଧାମେ,
ହୁଏ ନବକଳେବର ଯେଉଁ ଧାମରେ,
ସେହି ଧାମରୁ
ମୁଁ ଆସେ ॥
**ନବକଳେବରର ଆଦ୍ୟ ପର୍ବ ବନଯାଗ ଯାତ୍ରା ଖୁବ ଶୀଘ୍ର ଆରମ୍ଭ ହେବ । ତା ଆଗରୁ ପ୍ରଭୁଙ୍କୁ ମୁଁ ଏହି ମନର କଥାଟି ଲେଖି ସାଦର ପ୍ରଣାମ କରୁଛି। ଲେଖାଟି କେମିତି ଲାଗିଲା, ମୋତେ କୋମେନ୍ଟ ଦ୍ଵାରା ଲେଖି ଜଣାନ୍ତୁ!
ଜୟ ଜଗନ୍ନାଥ!
ଲେଖାଟି ବହୁତ ବଢିୟା ଲାଗିଲା। ପ୍ରଭୁଙ୍କ କୃପା ଏବଂ ଦୟା ଓ ମାୟା।
ReplyDeleteWonderfully expressed with great emotions & pics! Excellent!
The best poem you have written so far :)
ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛି! :) ଆପଣ ମୋତେ ବହୁ ପ୍ରୋତ୍ସାହିତ କରିଛନ୍ତି...ଏମିତି ପ୍ରଭୁଙ୍କ କୃପାରୁ ସବୁବେଳେ ଚାଲିଥାଉ! ଜୟ ଜଗନ୍ନାଥ!
DeleteHow about a translation?
ReplyDeleteTranslation coming up in my next post...that is, 2mòro! :D thanx for your patience!
DeleteBahut sundara kavita lagila ebam sundara chitra gudika madhya, Jai Jagannath!! :)
ReplyDeleteThanks a lot Swati! Mu bahut khusi ki aapananku ei kabita bhala lagila! :)
Delete