March 27, 2015

ନବକଳେବର (#Nabakalebara)

ଆସୁ ଅଛି ଏହି ଶହଶ୍ରାବ୍ଦର,
          ନବକଳେବର ପ୍ରଥମ  ।।
ଉଣିଶି ବର୍ଷ ପରେ ଚତୁର୍ମୂର୍ତ୍ତୀ,
          ହେବେ ପୁଣି ପରିବର୍ତ୍ତନ  ।।


Superb art titled 'Daaru Brahma' by artist Pramod Kumar Mallick at recently held art exhibition related to Nabakalebara called 'Nilakandara' at Bhubaneswar

 
ନବ ଦେହ, ନବ ଯୌବନ,
          କିନ୍ତୁ ବ୍ରହ୍ମ ସେହି ପୁରାତନ 
ଶ୍ରୀକ୍ଷେତ୍ରରେ ଖେଳିଯିବ,
          ଆଧ୍ୟାତ୍ମିକ ଲଉଡ଼ି ନୂତନ

ଜୀବନ୍ତ ଠାକୁରଙ୍କ ହେବ,
          ପୁନର୍ବାର ଜନମ -
ଏ ଚମତ୍କାର ଅନୁଭବିବେ,
          କୋଟି ଭକ୍ତଙ୍କ ସମାଗମ
 
ପ୍ରଥମେ ହେବ ବନଯାଗ ଯାତ୍ରା,
          ଚାଲି ଚାଲି ଯିବେ ଖୋଜି ଦାରୁ,
ଭୁଲି ଯିବେ ସବୁ କଷ୍ଟ କ୍ଳେଷ,
          ପାଇ ସ୍ଵପ୍ନାଦେଶ ମାଁଙ୍କଠାରୁ 

Majestic 'Wooden God' by artist Manoj Mohanty at 'Nilakandara'

ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ,
          ଥିବ ଯେଉଁ ପାବନ କାଠେ,
ଜଗତ୍ଜନନୀ ମାଁଙ୍କ ଆଦେଶ ମାନି,
          ତାହାକୁ କାଟି ଆଣିବେ ସାଥେ


ତାପରେ କୋଇଲି ବୈକୁଣ୍ଠରେ ହେବ,
          ନୂତନ ମୂର୍ତ୍ତି ଗଠନ,
ଦିନରାତି ମାଶେ ପାଇଁ ଗଢିବେ ମୂର୍ତ୍ତି,
          କରିବେ କଠିନ ପରିଶ୍ରମ 


ଦିନେ ଘୋର ଅନ୍ଧାର ରାତ୍ରିରେ,
          ହେବ ଦିଅଁଙ୍କ ବ୍ରହ୍ମ ପରିବର୍ତ୍ତନ,
ଦିଅଁ ତ୍ୟାଗିବେ ପୁରୁଣା ଶରୀର,
          ପାଇବେ ନୂଆ ଜୀବନ 

Padma and Jagannath depicted beautifully by artist Meenaketan Pattnaik at 'Nilakandara'


ଜଗତର ନାଥ କରିବେ ସତ,
          ଗୀତାର ସେହି କଥା,
ଆତ୍ମା ରହିବ ସଦା ଅମର,

          ଦେହ ହିଁ ହେବ ବୃଥା


ନା ଅଗ୍ନି ଭଷ୍ମ କରିବ,
          ନା ବରୁଣ ଭସାଇ ନେବ,
ଦିଅଁଙ୍କ ପୁରୁଣା ଶରୀର ସହ,
          ପାତାଳ ଲୀଳା ହେବ


ଠାକୁରଙ୍କ ତ୍ୟକ୍ତ ଦେହକୁ,
          ଭୂ-ତଳେ ପୋତା ଯିବ,
କୋଇଲି ବୈକୁଣ୍ଠର ପାବନ ମାଟିରେ,
          ପୁରୁଣା ଦାରୁ ମିଶିଯିବ 

Awesome 'Nilamadhava' by artist Nikunja Bihari Das at 'Nilakandara'


ନବ ଦାରୁବ୍ରହ୍ମଙ୍କ ନବ ଯୌବନ,
          ଦେବ ତାଙ୍କୁ ଚକା ଲୋଚନ,
ଦିଅଁ ହରଷରେ ନାଚି ଉଠିବେ,
          ଦେଖି କୋଟି ଭକ୍ତଙ୍କ ଆଗମନ


ଅତି ଖୁସିରେ ତାପରେ,
          ପୁରୁଷୋତ୍ତମ ବସିବେ ରଥରେ,
ନୂତନ ବଦନେ ଚମକିବେ,
          ବୁଲି ବାହାରିବେ ରଥଯାତ୍ରାରେ


ନବକଳେବର ପରେ ପ୍ରଥମ ରଥଯାତ୍ରା,
          ଅଟେ ଅତି ଶୋଭନୀୟ,
ଦିଅଁମାନଙ୍କୁ ରଥରେ ଦର୍ଶନ କରି,
          ହେବ ଭକ୍ତଙ୍କ ଜୀବନ ଧନ୍ୟ


Stunning 'Chakadola' by artist Jatin Das at 'Nilakandara'


ନାହିଁ ଏହି ସାରା ଜଗତରେ,
          ଏପରି ଉତ୍ସବ ଅପୂର୍ବ,
ନା ପଥରର, ନା ଧାତୁର –
          ସେ ଏକମାତ୍ର ଦାରୁବ୍ରହ୍ମ ଠାକୁର


ଏମିତି ଏକ ଅନନ୍ୟ ପର୍ବ,
          ଭାରତର ଓଡ଼ିଶାର ପୁରୀ ଧାମେ,
ହୁଏ ନବକଳେବର ଯେଉଁ ଧାମରେ,
          ସେହି ଧାମରୁ ମୁଁ ଆସେ




**ନବକଳେବର ଆଦ୍ୟ ପର୍ବ ବନଯାଗ ଯାତ୍ରା ଖୁବ ଶୀଘ୍ର ଆରମ୍ଭ ହେବ । ତା ଆଗରୁ ପ୍ରଭୁଙ୍କୁ ମୁଁ ଏହି ମନର କଥାଟି ଲେଖି ସାଦର ପ୍ରଣାମ କରୁଛି। ଲେଖାଟି କେମିତି ଲାଗିଲା, ମୋତେ କୋମେନ୍ଟ ଦ୍ଵାରା ଲେଖି ଜଣାନ୍ତୁ!

ଜୟ ଜଗନ୍ନାଥ!


6 comments:

  1. ଲେଖାଟି ବହୁତ ବଢିୟା ଲାଗିଲା। ପ୍ରଭୁଙ୍କ କୃପା ଏବଂ ଦୟା ଓ ମାୟା।

    Wonderfully expressed with great emotions & pics! Excellent!
    The best poem you have written so far :)

    ReplyDelete
    Replies
    1. ଆପଣଙ୍କୁ ବହୁତ ଧନ୍ୟବାଦ ଜଣାଉଛି! :) ଆପଣ ମୋତେ ବହୁ ପ୍ରୋତ୍ସାହିତ କରିଛନ୍ତି...ଏମିତି ପ୍ରଭୁଙ୍କ କୃପାରୁ ସବୁବେଳେ ଚାଲିଥାଉ! ଜୟ ଜଗନ୍ନାଥ!

      Delete
  2. Replies
    1. Translation coming up in my next post...that is, 2mòro! :D thanx for your patience!

      Delete
  3. Bahut sundara kavita lagila ebam sundara chitra gudika madhya, Jai Jagannath!! :)

    ReplyDelete
    Replies
    1. Thanks a lot Swati! Mu bahut khusi ki aapananku ei kabita bhala lagila! :)

      Delete

Related Posts Plugin for WordPress, Blogger...

Ads

24/7 Odisha Saree Shopping! Order online!